ପୁଣି ଯୌତୁକ ନିର୍ଯାତନା ପ୍ରଥମ ସ୍ତ୍ରୀକୁ ଛାଡି ଦ୍ୱିତୀୟ ବିବାହ କଲେ ସ୍ୱାମୀ , ନ୍ୟାୟ ଅପେକ୍ଷାରେ ମହିଳା

209

କଟକ (ଉତ୍କଳ ନ୍ୟୁଜ) ୨୭-୦୩-୨୦୨୧ : ସମାଜରେ ଯୌତୁକ ପ୍ରଥା ଲୋପ ପାଇବାର ନାମ ଧରୁନଥିବା ବେଳେ ଦିନକୁ ଦିନ ଏହାର ପ୍ରକୋପ ବଢ଼ିବାରେ ଲାଗିଛି। । ଯୌତୁକର ଲାଳସାରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ନିରୀହ ମହିଳା। । ଯୌତୁକକୁ ନେଇ କେତେବେଳେ କାହାକୁ ଯୁଇରେ ଶୋଇବାକୁ ପଡୁଛି ତ କେତେବେଳେ କାହାକୁ ଘର ଛାଡ଼ିବାକୁ ପଡୁଛି । ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଗ୍ରାମରେ। । ପ୍ରଥମ ସ୍ତ୍ରୀଙ୍କୁ ଛାଡି ଆଉ ଜଣେ ଝିଅକୁ ବିବାହ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ବେଗୁନିଆପଡ଼ା ବ୍ଲକ ବଡ଼ ଖାଇରଖମା ପଞ୍ଚାୟତର ଶ୍ରଦ୍ଧାପୁର ନୂଆ ସାହିର ଶତ୍ରୁଘନ ସାହୁଙ୍କ ଝିଅ ନୟନି ପ୍ରଧାନ । ୨୦୧୪ ଫେବୃଆରୀ ମାସ ୨୬ ତାରିଖରେରେ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମର ଯୋଗେନ୍ଦ୍ର ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ନୟନା । ବାହାଘର ବେଳେ ବାପଘର ପକ୍ଷରୁ ଯୌତୁକ ବାବଦରେ ଗାଡି, ସୁନା, ଟିଭି ଭଳି ଅନେକ ବ୍ୟବହାରିକ ଜିନିଷ ମଧ୍ୟ ଦିଆଯାଇଥିଲା । କିନ୍ତୁ ବାହାଘରର ଦେଢ଼ ମାସ ପରେ ଶ୍ୱଶୁର ଘରକୁ ଲାଜ ଲୁଗା ପିନ୍ଧିବାକୁ ଆସି ଅଧିକ ଯୌତୁକ ଦାବି କରି ଝିଅ ନୟନାଙ୍କୁ ବାପା ଘରେ ସଞ୍ଜୟ ଛାଡି ଦେଇ ଯାଇଥିବା ନୟନାଙ୍କ ସହ ତାଙ୍କ ବାପା ଓ ମାଆ ଅଭିଯୋଗ କରିଛନ୍ତି । ପରିସ୍ଥିତିଏପରି ହେଲା ଯେ ନୟନାକୁ ଶାଶୁ ଘର ଲୋକ ଫେରାଇ ନେବା ବଦଳରେ ଯୌତୁକ ନ ଦେଇ ପଠାଇଲେ ମାରିଦେବାର ମଧ୍ୟ ଧମକ ଦେଇଥିଲେ । ଏ ନେଇ ବାପା ଶତ୍ରୁଘ୍ନ ନିଜ କୁଳ ସମାଜକୁ ଲିଖିତ ଦରଖାସ୍ତ କରି ସମାଧାନ କରିବାକୁ ଅନୁରୋଧ କରିଥିଲେ।ଏପରିକି କୁଳର ନିୟମ ମଧ୍ୟ ସଞ୍ଜୟ ଓ ତାଙ୍କ ପରିବାର ମାନି ନଥିଲେ। ଫଳ ସ୍ୱରୂପ ନୟନି ୨୦୧୮ ମସିହା ଜୁଲାଇ ମାସରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ ବି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଏହା ପରେ ପରେପୁଣି ଖଲ୍ଲିକୋଟ ଥାନାରେ ଜାନୁୟାରୀ ୨୦୧୯ ରେ ନୟନି ଆଉ ଏକ ଲିଖିତ ଏତଲା ଦେବା ପରେ ପୋଲିସ ନୟାନି ଙ୍କ ଶାଶୁ, ଶ୍ୱଶୁର, ନଣନ୍ଦ, ଓ ଦିଅରଙ୍କ ଉପରେ ମାମଲା ରୁଜ୍ଜୁ କରିଥିଲା।ଏହା ପରେ ସଞ୍ଜୟ ଦ୍ୱିତୀୟ ବିବାହ କରିଥିବା ଜଣା ପଡିବା ପରେ, ଏ ନେଇ ବାପଘର ପକ୍ଷରୁ ଖଲ୍ଲିକୋଟ ଥାନାରେ ଆଉ ଏକ ମାମଲା ୧୮/୨/୨୦୨୦ରେ ରୁଜୁ କରିବା ସହ ଖଲ୍ଲିକୋଟ କୋର୍ଟରେ ମଧ୍ୟ କେସ କରିଛନ୍ତି ଖାଲି ସେତିକି ନୁହେଁ ନୟାନି ଅସହାୟ ହୋଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଏହାର ବିଚାର ପାଇଁ ସଂଜୟଙ୍କୁ ତିନୋଟି ନୋଟିସ ଆସିଥିଲେ ବି ସଞ୍ଜୟ ହାଜର ହୋଇନାହାନ୍ତି ବୋଲି ଜଣାପଡିଛି । ଅପରପକ୍ଷେ ନୟନାର ଗୋଟେ ଛୋଟ ଝିଅ ଥିବା ବେଳେ ତାଙ୍କର ଆଉ ତାଙ୍କ ଝିଅର ଥଇଥାନ ଓ ଭରଣ ପୋଷଣ ଦାବି କରିଛନ୍ତି ନୟନା ଆଉ ତାଙ୍କ ବାପା ଓ ମାଆ । ଗୋଟିଏ ପଟେ ମାମଲା ବିଚାରଧିନ ଥିବାବେଳେ ଅନ୍ୟପଟେ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ନୟନାଙ୍କ ପରିବାର ଲୋକ । ପୋଲିସ ଓ ମହିଳା କମିଶନ ଉପରେ ଭରସା କରି ନିରାଶ ହେବା ପରେ ବର୍ତମାନ ନୟାନି ମାନ୍ୟବର କୋର୍ଟଙ୍କ ଆଶ୍ରୟ ନେଇଥିବା ଜଣାପଡିଛି।ସେପଟେ ଘରର ବଡ ଝିଅର ଏପରି ଦୁଃଖ ଦେଖି ବାପା ଶତ୍ରୁଘ୍ନ ଓ ମା ସୁଭଦ୍ରା ପାଗଳ ଭଳି କାନ୍ଦୁଛନ୍ତି। ଅପର ପକ୍ଷରେ ନୟାନି ଓ ଝିଅ ଅଚିସ୍ମିତା ର ଭରଣ ପୋଷଣ ପାଇଁ ସଞ୍ଜୟ ଙ୍କୁ ନିର୍ଦେଶ ଦେବା ପାଇଁ ସେ ପୋଲିସ, ମହିଳା କମିଶନ ଓ ମାନ୍ୟବର କୋର୍ଟର ଆଶ୍ରୟ ନେଇଛନ୍ତି। କୋଦାଳ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |