ହସ୍ପିଟାଲ ରେ ଭର୍ତ୍ତି ହେଲେ ରାଷ୍ଟ୍ରପତି

157

କଟକ (ଉତ୍କଳ ନ୍ୟୁଜ) ୨୭-୦୩-୨୦୨୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବ ପରେ ତାଙ୍କୁ ଦିଲ୍ଲୀ ର ଏକ ସାମରିକ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି | ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲ ଅନୁଯାୟୀ ଛାତି ରେ ଯନ୍ତ୍ରଣା ହୋଇଥିବା ରୁ ରାଷ୍ଟ୍ରପତି ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି | ଡାକ୍ତରମାନେ ନିୟମିତ ଭାବରେ ରାଷ୍ଟ୍ରପତି ଙ୍କୁ ପରୀକ୍ଷା କରିଥିଲେ |ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି | ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଙ୍କ ପୁଅ ଙ୍କ ସହ କଥା ହୋଇ ରାଷ୍ଟ୍ରପତି ଙ୍କ ସ୍ୱାସ୍ଥ୍ୟ ର ଉନ୍ନତି ପାଇଁ କାମନା କରିଛନ୍ତି |