ମଉଳିଗଲା ମହିଳା ଙ୍କ ଆଶା,ଖୋଲିଲାନି ଶାଶୁ ଘର କବାଟ ୩ଦିନ ଧାରଣା ପରେବି

185

କଟକ ( ଉତ୍କଳ ନୁୟଜ) ୨୬-୩-୨୧ : ସୁଖ ସଂସାର ଗଢିବେ ବୋଲି ହାତ ଧରି ଥିଲେ | ହେଲେ ବେଶୀ ଦିନ ତିଷ୍ଠି ପାରିଲାନି ଖୁସି | ଯୌତୁକ ନିଆଁରେ ଜଳିଗଲା ସଂସାର | ସମ୍ପର୍କ ରେ ଫାଟ ପଡ଼ିବାକୁ ନିଜ ୬ବର୍ଷ ପୁଅ କୁ ଧରି ସ୍ତ୍ରୀ ଏବେ ବାପଘର | ଏନେଇ କୋର୍ଟ ରେ ଛଡା ପତ୍ର ମାମଲା ଚାଲିଥିଲା ବେଳେ ପୁଣି ଥରେ ସ୍ୱାମୀ ପାଖକୁ ଫେରିବାକୁ ଆଶା ରଖି ଶାଶୁ ଘର ଦୁଆର ଆସିଥିଲେ ମହିଳା | ନିଜ ଛୁଆକୁ ଧରି ୩ ଦିନ କାଳ ଶାଶୁ ଘର ଦୁଆର ମୁହଁ ରେ ପଡିରହିଲେ ମଧ୍ୟ ସେମାନେ କବାଟ ଖୋଲି ଲେ ନାହିଁ | ଶେଷରେ ନିରାଶ ହୋଇ ବାପ ଘରକୁ ଫେରିଲେ ମହିଳା | ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା | ସୂଚନା ମୁତାବକ, ୨୦୧୪ ରେ ସିଦ୍ଧାର୍ଥ ପରିଡା ଙ୍କ ସହ ବାଲେଶ୍ୱର ବିଦୁସ୍ମିତା ରଣା ଙ୍କ ବିବାହ ହୋଇଥଲା ୨୦୧୬ ମସିହାର ରେ | ପାରିବାରିକ ଅଶାନ୍ତି ରୁ ସେ ବାପ ଘରକୁ ପଳେଇଥିଲେ | ଏବେ କୋର୍ଟ ରେ ସିଆସେ ରେ କେସ ଚାଲିଛି | ତେବେ ୩ ଦିନ ତଳେ ବିଦୁସ୍ମିତା ନିଜ ପୁଅ ସହ ପୁଣି ଶାଶୁଘର ରହିବାକୁ ଆସିଥିଲେ ମଧ୍ୟ ତାଙ୍କୁ କେହି ଘରେ ପୁରାଇନଥିଲେ |ଏହା ର ପତିବାଦ ରେ ସେ ଶାଶୁ ଘର ଆଗରେ ଧାରଣା ହେଇଥିଲେ |