ଜଣେ ବନ୍ଧୁକଧାରୀ ର ସୁପର ମାର୍କେଟ ରେ ଆଖିବୁଜା ଗୁଳିମାଡ଼ ରେ ୧୦ ମୃତ

137

କଟକ (ଉତ୍କଳ ନ୍ୟୁଜ) ୨୪-୦୩-୨୦୨୧ : ଆମେରିକା ର କୋଲାରଡ଼ ସହର ର ବୋଲଡର ସ୍ଥିତ ଏକ ସୁପରମାର୍କେଟ ରେ ଜଣେ ବନ୍ଧୁକଧାରୀ ମାର୍କେଟ ଭିତରକୁ ପଶି ଆସି ଅଚାନକ ଗିଳୁ ର ବର୍ଷଣ କରିଥିଲା | ଏହି ଗୁଳି ମାଡ଼ ରେ ଜଣେ ପୋଲିସ କର୍ମୀ ଙ୍କ ସମତେ ୧୦ ଜଣ ଙ୍କ ମୃତ୍ୟୁ ଘଟିଛି | ଏହି ଖବର ଟି ଏକ ଅନ୍ତର୍ଜାତୀୟ ନ୍ୟୁଜ ଏଜେନସି ଦ୍ୱାରା ଜାରି କରାଯାଇଛି | ଅଭିଯୁକ୍ତ ଜଣକ କାହିଁକି ଏପରି ଗୁଳିମାଡ଼ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ | ସ୍ଥାନୀୟ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି |