ଦେଶ ରେ ଗୋଟିଏ ଦିନ ରେ ୩୫ହଜାର ଉର୍ଦ୍ଧ କରୋନା ପଜିଟିଭ ଚିହ୍ନଟ

118

କଟକ (ଉତ୍କଳ ନ୍ୟୁଜ) ୧୯-୦୩-୨୦୨୧: ଦେଶ ପାଇଁ ପୁଣି କାଳ ସାଜିଲାଣି କରୋନା ଭାଇରସ | ଯେଉଁ ହାରରେ ଭାରତ ରେ କରୋନା ସଂକ୍ରମଣ ବଢୁଛି, ଆଉ ଏହି ସଂକ୍ରମଣ ହାର ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର | ଦେଶ ରେ ଗୋଟିଏ ଦିନ ରେ ଯେତିକି ସଂକ୍ରମଣ ହୋଇଛି , ତାର ୬୪ ପ୍ରତିଶତ ସଂକ୍ରମଣ କେବେଳ ମହାରାଷ୍ଟ୍ର ରେ ହୋଇଛି | ଅନ୍ୟପକ୍ଷରେ ଓଡିଶା ରେ ୨୪ ଘଣ୍ଟା ମଧ୍ୟରେ ୮୪ ଜଣ ଆକ୍ରାନ୍ତ ହୋଇଛନ୍ତି | ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୮୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି |