ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫,୩୨୦ ନୂଆ କରୋନା ପଜିଟିଭ ଚିହ୍ନଟ

150

କଟକ (ଉତ୍କଳ ନ୍ୟୁଜ) ୧୫-୦୩-୨୦୨୧ : ଦେଶବାସୀ ଙ୍କ ରେ ପୁଣି ଥରେ ଚିନ୍ତା ର କାରଣ ପାଲଟିଛି କରୋନା ଭାଇରସ | ଦେଶରେ କିଛି ଦିନ ହେବ ଲଗାତାର ଦୈନିକ କରୋନା ସଂକରଣମାନ ସଂଖ୍ୟା ବଢିବା ରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ରେ ୨୫,୩୨୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ର ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ମିଶାଇ ଦେଶ ରେ ଏବେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧,୧୩,୫୯,୦୪୮ କୁ ବୃଦ୍ଧି ପାଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି | ସେହିପରି ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ରେ ୧୬୧ ଜଣ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି | ଯାହାକି ଗତ ୪୪ ଦିନ ରେ ସର୍ବାଧିକ | ଦେଶ ରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧,୫୮,୬୦୭ କୁ ବୃଦ୍ଧି ପାଇଛି |