ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ରୁ ଅଧିକ କରୋନା ପଜିଟିଭ ଚିହ୍ନଟ

139

କଟକ (ଉତ୍କଳ ନ୍ୟୁଜ) ପୁଣି ଦେଶ ବାସୀ ଆତଙ୍କିତ କରିଲାଣି କରୋନା ଭାଇରସ | ଏବେ ଦେଶ ରେ ଦୈନିକ ସଂକ୍ରମଣ ୨୩ ହାଜର ପାର କରିଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି | ପ୍ରତିଦିନ ଭାରତରେ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାରେ ବିଷୟ ପାଲଟିଛି | ଏଭଳି ସ୍ଥିତି କୁ ଦେଖି କିଛି ସ୍ଥାନ ରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଉଛି | ତଥାପି ସଂକ୍ରମଣ ଉପରେ ବ୍ରେକ ଲାଗୁନାହିଁ | ବିଶେଷ କରି ମହାରାଷ୍ଟ୍ର ରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି | ଏହି କାରଣ ରୁ ଦେଶରେ ମଧ୍ୟ ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି |