ଫ୍ରାନ୍ସ ର ବିତ୍ତଶାଳି ରାଜନେତା ଓଲିଭିୟର ଡ଼ାସଲଟ ଙ୍କ ହେଲିକପ୍ଟର ଦୁର୍ଘଟଣା ରେ ମୃତ୍ୟୁ

138

କଟକ (ଉତ୍କଳ ନ୍ୟୁଜ) ୦୯-୦୩-୨୦୨୧ : ଫ୍ରାନ୍ସ ର ବିତ୍ତଶାଳି ରାଜନେତା ଓଲିଭିୟର ଡ଼ାସଲଟ ଙ୍କ ହେଲିକପ୍ଟର ଦୁର୍ଘଟଣା ରେ ମୃତ୍ୟୁ | ଓଲିଭିୟର ମୃତ୍ୟୁ ଘଟିଥିବା ଖବର ଗଣମାଧ୍ୟମ ରିପୋର୍ଟ ରେ ପ୍ରକାଶ ପାଇଛି | ଓଲିଭିୟର ହେଉଛନ୍ତି ଫ୍ରନ୍ସ ର ପ୍ରସିଦ୍ଧ ବିମାନ ଉତ୍ପାଦନକାରୀ କମ୍ପାନୀ ଡ଼ାସଲଟ ଏଭିଏସନ ର ସଂସ୍ଥାପକ ମାର୍କୋଲ ଡ଼ାସଲଟ ଙ୍କ ନାତି | ଡ଼ାସଲଟ ଗ୍ରୁପ ଅଧିନସ୍ଥ ଡ଼ାସଲଟ ଏଭିଏସନ ହେଉଛି ରାଫେଲ ଲଢୁଆ ଜେଟ ବିମାନ ସମେତ ବ୍ୟବସାୟିକ ଏବଂ ସାମରିକ ଜେଟ ର ଉତ୍ପାଦନକାରୀ ଫରାସୀ ବିମାନ ଓ ମହାକାଶଯାନ କମ୍ପାନୀ |