ଭାରତ ର ଭ୍ୟାକସିନ ଫର୍ମୁଲା କୁ ହ୍ୟାକ କରୁଛି ଚୀନ

142

କଟକ (ଉତ୍କଳ ନ୍ୟୁଜ) ୦୨-୦୩-୨୦୨୧ : ପୁଣି ଚୀନ ତାର ଅସଲି ଚେହେରା ଦେଖାଇବା ଆରମ୍ଭ କଲାଣି | କରୋନା ଟୀକା ପ୍ରସ୍ତୁତି କ୍ଷେତ୍ର ରେ ଭାରତ ଠାରୁ ପଛେଇଯିବ ପରେ ଚୀନ ଏବେ ଭାରତ ର ଟୀକା ପ୍ରସ୍ତୁତିକରି କମ୍ପାନୀ ମାନଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି | କିଛି ଦିନ ତଳେ ଚାଇନା ହାକେର ମାନେ ଭାରତର ଦୁଇ ଟୀକା ପ୍ରସ୍ତୁତି କରି କମ୍ପାନୀ ଶିରୋମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ର ଆଇଟି ସିଷ୍ଟମ ଉପରେ ସାଇବର ଆକ୍ରମଣ କରି ସେଗୁଡିକ ରୁ ତଥ୍ୟ ଚୋରାଇବା ଓ ତଥ୍ୟ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲେ | ଏ ସମ୍ପର୍କ ରେ ସାଇବର ଗୁଇନ୍ଦା ସଂସ୍ଥା ସାଇଫାର୍ମା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି |