ଦେଶ ରେ ଗତ ୨୪ ଘଣ୍ଟା ଭିତରେ ୧୨୦ ମୃତ ୧୬ ହଜାର ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

153

କଟକ (ଉତ୍କଳ ନ୍ୟୁଜ) ପୁଣି ଡ଼ରାଇଲାଣି କରୋନା ସଂକ୍ରମଣ | ଧୀରେ ଧୀରେ ତାର କାୟା ବିସ୍ତାର କରିବାରେ ଲାଗିଛି | ଦେଶ ରେ ଦୈନିକ କରୋନା ସଂକ୍ରମଣ ୧୬ହଜାର ରୁ ଅଧିକ | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି | କେଏଣ୍ଡ୍ରା ସ୍ୱାସ୍ଥ୍ୟ ଓ ପରିବାରେ ମନ୍ତ୍ରାଳୟ ଲକ୍ଷରୁ ଏହି ସୂଚନ ଦିଆଯାଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନ ଅନୁଯାୟୀ , ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ରେ ମୋଟ ୧୬,୫୭୭ ଜଣ କରୋନା ରେ ଆକ୍ରାନ୍ତ ହୋଇଛନ୍ତି | ଏହାକୁ ମିଶାଇ ଦେଶ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୧,୧୦,୬୩,୪୯୧ ରେ ପହଂଚିଛି | ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ୧୨୦ ଜଣଙ୍କ ଜୀବନ ମଧ୍ୟ ଯାଇଛି | ଏହାକୁ ମିଶାଇ ଦେଶ ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୬,୮୨୫ ରେ ପହଞ୍ଚିସାରିଲାଣି |