ଓଟିଟି ପ୍ଲଟଫର୍ମ ଓ ସୋସିଆଲ ମିଡ଼ିଆ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

155

କଟକ (ଉତ୍କଳ ନ୍ୟୁଜ) ୨୬-୦୨-୨୦୨୧ : ଆଜି କେନ୍ଦ୍ର ସରକାର ଓଟିଟି ପ୍ଲଟଫର୍ମ ଓ ସୋସିଆଲ ମିଡ଼ିଆ ପାଇଁ ଜାରି କଲେ ନୂଆ ଗାଇଡଲାଇନ | ଅନେକ ସମୟରେ ଓଟିଟି ପ୍ଲଟଫର୍ମ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନ ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଉଭୟ ଡିଜିଟାଲ ମିଡ଼ିଆ ଏବଂ ଓଟିଟି ପ୍ଲଟଫର୍ମ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ନିର୍ଧାରଣ କରାଯାଇଛି | ଡିଜିଟାଲ ବା ସୋସିଆଲ ମିଡ଼ିଆ ର ଗାଇଡଲାଇନ ଜାରି କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି , ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ |