ଆନ୍ଦୋଳନକାରୀ ଙ୍କ ଉପରେ ଗୁଳି ଚଳାଇଲେ ମିଆଁମାର ସେନା

130

କଟକ (ଉତ୍କଳ ନ୍ୟୁଜ) ୨୨-୦୨-୨୦୨୧ : ମିଆଁମାର ଦେଶ ରେ ପରିସ୍ଥିତି ଏବେ ଅସମ୍ଭାଳ ହୋଇପଡିଛି | ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ସେଠାକାର ସେନା ଗୁଳି ଚଳାଇଥିବା ଜଣାପଡୁଛି | ଗୁଳିକାଣ୍ଡ ରେ ଵିଚି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ର ସୂଚନା ମିଳୁଛି | ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେନା ଗୁଳିଚାଳନା ରେ ୨ ଜଣଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି | ଆହତ ଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଜଟିଳ ରହିଛି | ଅନୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଉଛି | ତେବେ ମିଆଁମାର ସେନା ଗୁଳିକାଣ୍ଡ ବିଷୟରେ କୌଣସି ସୂଚନା ଦେଇନାହିଁ |