ଭାରତ ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୧୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

146

କଟକ (ଉତ୍କଳ ନ୍ୟୁଜ) ୧୮-୦୨-୨୦୨୧ : ଦେଶ ରେ ପୁଣି ମୁଣ୍ଡ ଟେକିଲାଣି କରୋନା ଭାଇରସ | ଗତ ୨୪ ଘଣ୍ଟା ଭିତରେ ୧୧,୧୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କେରଳ ରେ ସର୍ବାଧିକ ୪,୯୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଅନ୍ୟପକ୍ଷରେ ଦେଶ ରେ ଗତ ୨୪ ଘଣ୍ଟା ରେ ୧୦୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି | ମହାରାଷ୍ଟ୍ର ରେ ସର୍ବାଧିକ ୩୯ ଜଣ କରୋନା ରେ ପ୍ରାଣ ହରାଇଛନ୍ତି | ଏହି ସୂଚନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି |