ଭାରତ ଇତିହାସ ରେ ପ୍ରଥମ ଥର ଜଣେ ମହିଳା କଏଦୀ ଙ୍କୁ ଫାଶୀ ଦିଆଯିବ |

149

କଟକ (ଉତ୍କଳ ନ୍ୟୁଜ) ୧୮-୦୨-୨୦୨୧ : ଭାରତ ଇତିହାସ ରେ ପ୍ରଥମ ଥର ଜଣେ ମହିଳା କଏଦୀ ଙ୍କୁ ଫାଶୀ ଦିଆଯିବ | ଉତ୍ତରପ୍ରଦେଶ ମଥୁରା ସ୍ଥିତ ଏକମାତ୍ର ମହିଳା ଫାଶୀ ଘର ରେ ଶବନମ ଙ୍କୁ ଫାଶୀ ଦଣ୍ଡ ଦିଆଯିବ | ଏଥିପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇସାରିଛି | ସୂଚନା ଅନୁଯାୟୀ, ଅମରହୋ ରେ ରହୁଥିବା ଶବନମ ୨୦୦୮ ମସିହା ଏପ୍ରିଲ ମାସରେ ନିଜ ପ୍ରେମିକ ସହ ମିଶି ନିଜ ପରିବାର ରେ ୭ ଜଣଙ୍କୁ ଟାଙ୍ଗିଆ ରେ ହାନି ନିର୍ମମ ଭାବେ ହତ୍ୟା କରିଥିଲା | ଏହି ହତ୍ୟା ମାମଲା ରେ ସୁପ୍ରିମକୋର୍ଟ ଶବନମ ଙ୍କୁ ଫାଶୀ ଦାନ ସ୍ଥଗିତ ରଖିଥିଲେ | ରାଷ୍ଟ୍ରପତି ମଧ୍ୟ ତାଙ୍କ ଦୟା ଜଚିକା ଖାରଜ କରିଦେଇଥିଲେ | ତାପରେ ଶବନମ ଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଥିଲା |