କଟକ ରେ ବନ୍ଦ ର ପ୍ରଭାବ, ଜିଲ୍ଲା କଂଗ୍ରେସ ପକ୍ଷରୁ ଲିଙ୍କରୋଡ଼ ଛକରେ ବନ୍ଦ ପାଳନ ।।

126

କଟକ(ଉତ୍କଳ ନ୍ୟୁଜ) ୧୫-୦୨-୨୦୨୧ : ଆଜି ଓଡିଶା ବନ୍ଦ ପରିପ୍ରେକ୍ଷୀରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ମାନସ ଚୌଧୁରୀ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କଟକ ମଧୁପାଟଣା ଟ୍ରାଫିକ ଛକ,ଓ ପ୍ରେସ ଛକ ଠାରେ ଏକଜୁଟ ହୋଇ ଶାନ୍ତିପୂର୍ଣ ଭାବରେ ଚକଲେଟ ଦେଇ ବନ୍ଦ ରେ ସାମିଲ ହେବାକୁ ଅନୁରୋଧ କରିଥିଲେ ।ଏଥିସହିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ଚୌଧୁରୀ ଙ୍କ ସହିତ ପୂର୍ବତନ ବିଧାୟକ ରବି ମଲ୍ଲିକ,କଟକ ନଗର କଂଗ୍ରେସ ର ପୂର୍ବତନ ସଭାପତି ସୁରେଶ ମହାପାତ୍ର ଙ୍କ ସମେତ ବହୁ କର୍ମୀ ମୋଟର ସାଇକେଲ ଶୋଭା ଯାତ୍ରାରେ ସହର ପରିକ୍ରମା କରିଥିଲେ ।କଟକ ଜିଲ୍ଲା କଂଗ୍ରେସ ପ୍ରଭାରୀ ସଂଗ୍ରାମ ଜେନା ଯୋଗ ଦେଇ ଏହି ବନ୍ଦ ପାଳନରେ କଟକ ବାସୀ ସାମିଲ ହୋଇ ଏହାକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।ଅନ୍ୟାନ୍ୟ କର୍ମକାର୍ତ୍ତାଙ୍କ ମଧ୍ୟରେ ପିସିସି ପୂର୍ବତନ ସମ୍ପାଦକ ପ୍ରିୟଜିତ ରାୟ ଓ ସାନ୍ତାୟନ ମିଶ୍ର, ଦୂର୍ଗା ଶଙ୍କର ଦାସ, ଯୁବନେତା ମନୋଜ ବିଶ୍ୱାଳଓ ମାନସ ପରିଡା, ତ୍ରିଲୋଚନ ମହାନ୍ତି, ଚୌଦ୍ୱାର-କଟକ ଯୁବ କଂଗ୍ରେସ ସଭାପତି ସୁକାନ୍ତ ସାହାଣୀ,ସଦର ଯୁବ କଂଗ୍ରେସ ସଭାପତି ରାଜ ଶିଖନ ସ୍ୱାଇଁ, ସଚ୍ଚିଦାନନ୍ଦ ରାଉତ,ନିରଞ୍ଜନ ଲେଙ୍କା,ରାଜେଶ ସ୍ବାଇଁ,ବିରେନ ପସାୟତ,ପ୍ରଦେଶ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ବିପ୍ଳବ ଶିଳାଦିତ୍ୟ,ଉଗ୍ରସେନ ଭୂୟାଁ, ବିରଞ୍ଚି ବେଉରା,କେଦାର ରାଉତ,ପ୍ରତାପ ମଲ୍ଲିକ, ନାରୀନେତ୍ରୀ ନିରୂପମା ଦାସ,ରଞ୍ଜନ ସେନାପତି,ଫେଲୁ ପଟ୍ଟନାୟକ,ଜେ. କାମେଶ୍ୱର ରାଓ,ଅଲେଖ ଚନ୍ଦ୍ର ବେହେରା,ଓ ଦୀପକ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ରାଲି କୁ ଯୁବନେତା ସୁକାନ୍ତ ସାହାଣୀ, ସଚ୍ଚିଦାନନ୍ଦ ରାଉତ ,ରାଜ ଶିଖନ ସ୍ବାଇଁ, ବିରେନ ପସାୟତ ,ଦୀପକ ସାହୁ ,ବିପ୍ଳବ ଶିଳାଦିତ୍ୟ ପ୍ରମୁଖ ସଂଚାଳନ କରିଥିଲେ । କଟକ ରୁ ପ୍ରତାପ ଚନ୍ଦ୍ର ସେନାପତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |