ଅର୍ଜୁନ -ମାର୍କ ୧ ଏ ଟ୍ୟାଙ୍କ କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

122

କଟକ (ଉତ୍କଳ ନ୍ୟୁଜ) ୧୫-୦୨-୨୦୨୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ ରେ ଯିବା ର କାର୍ଯ୍ୟକ୍ରମ ରହିଥିଲାବେଳେ ସେଠାରେ ସେ ଡିଆରଡିଓ ଦ୍ୱାରା ବିକଶିତ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ-ମାର୍କ ୧ ଏ ର ଲୋକାର୍ପଣ କରିବେ | ଏହା ଟ୍ୟାଙ୍କ ଟି ହେଉଛି ଅର୍ଜୁନ ଟ୍ୟାଙ୍କ ର ଏକ ନୂଆ ସଂସ୍କରଣ | ଏଥିରେ ଭାରତୀୟ ସ୍ଥଳସେନା ର ଆବଶ୍ୟକତା ଅନୁଯାୟୀ ଅନେକ ପରିବର୍ତ୍ତନ କରାଯିବ ସହିତ ନୂଆ ଟେକ୍ନୋଲୋଜି ବି ସଂଯୁକ୍ତ କରାଯାଇଛି |