ଆଫଗାନିସ୍ତାନ ଦେଶ ର ଏକ ମସଜିଦ ରେ ବିସ୍ଫାରଣ : ୩୦ ତାଲିବାନ ଆତଙ୍କୀ ମୃତ

133

କଟକ (ଉତ୍କଳ ନ୍ୟୁଜ) ୧୫-୦୨-୨୦୨୧ : ଆଫଗାନିସ୍ତାନ ବଲଖ ପ୍ରଦେଶ ଅନ୍ତର୍ଗତ ଦୌଲତବାଦ ଜିଲ୍ଲା ରେ ଥିବା ଏକ ମସଜିଦ ରେ ଆଜି ଏକ ଶକ୍ତିଶାଳୀ ବିସ୍ଫାରଣ ଘଟିଛି | ଏଥିରେ ପ୍ରାୟ ୩୦ ଜଣ ତାଲିବାନ ଆତଙ୍କୀ ପ୍ରାଣ ହରାଇଛନ୍ତି | ପୁଲିସ ର ସୂଚନା ମୁତାବକ କିଛି ତାଲିବାନୀ ଆତଙ୍କୀ ସେହି ମସଜିଦ ରେ ବିସ୍ଫାରକ ସାମଗ୍ରୀ ରଖିଥିଲେ | ସେମାନେ ସେଠାରେ ରହି ଆଇଇଡି କିଭଳି ବ୍ୟବହାର କରାଯିବ ତାହାର ତାଲିମ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା |