ପୋଡାଯାଇଥିବା ମନ୍ଦିର ତୁରନ୍ତ ନିର୍ମାଣ କରନ୍ତୁ ସରକାର : ପାକିସ୍ତାନ ସୁପ୍ରୀମକୋର୍ଟ ଙ୍କ ନିର୍ଦେଶ

142

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ପାକିସ୍ତାନ ପଖଟାନଖାୱା ଅଂଚଳ ରେ ଦଂଗାକାରୀ ମାନଙ୍କ ଦ୍ୱାରା ପୋଡାଯାଇଥିବା ମନ୍ଦିର କୁ ତୁରନ୍ତ ନିର୍ମାଣ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରୀମକୋର୍ଟ | ପାକିସ୍ତାନ ସୁପ୍ରୀମକୋର୍ଟର ମୁଖ୍ୟ ବିଚାରପତି ଗୁଲଜାର ଅହମଦ ଙ୍କ ଖଣ୍ଡପୀଠ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ | ସେହିପରି ଯେଉଁମାନେ ଏହି ମନ୍ଦିର ଭାଙ୍ଗିବା ରେ ସଂଶ୍ଲିଷ୍ଟ ସେମାନଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଆଦାୟ କରାଯାଉ ବୋଲି ମଧ୍ୟ କୋର୍ଟ ରାୟ ଦେଇଛନ୍ତି |