୨୫୭ ଟୁଇଟର ଆକାଉଣ୍ଟ ହଟାଇବାକୁ ଟୁଇଟର କୁ ନିର୍ଦେଶ : ଭାରତ ସରକାର

139

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ଭାରତ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଟୁଇଟର ବିପକ୍ଷ ରେ | ଭାରତ ସରକାରଙ୍କ ନିର୍ଦ୍ଧେଶକ୍ରମେ ଟୁଇଟର ପକ୍ଷରୁ କିଛି ଆକାଉଣ୍ଟ କୁ ବନ୍ଦ କରାଯାଇଛି ହେଲେ ଭାରତ ସରକାର ସମସ୍ତ ୨୫୭ ଟି ଯାକ ଆକାଉଣ୍ଟ କୁ ହଟାଇବାକୁ ଜିଦ ଧରି ବସିଛନ୍ତି | ଏହି ୨୫୭ ଟି ଆକାଉଣ୍ଟ କୌଣସି ପ୍ରକାର ରେ କାର୍ଯ୍ୟକ୍ଷମ କରିପାରିବ ନାହିଁ ଓ ଏହାର କାରଣ କହିବା ପାଇଁ ଭାରତ ସରକାର ଟୁଇଟର ଅଧିକାରୀଙ୍କ ସହ ଭିଡ଼ିଓ କନଫରେନସିଙ୍ଗ ରେ ଆଲୋଚନା କରିବାକୁ ମଧ୍ୟ ରାଜି ଥିବା କହିଛନ୍ତି | ସରକାରୀ ସୂତ୍ର ଅନୁଯାୟୀ, ଭାରତ ସରକାର ଟୁଇଟର କୁ କାଉଣ୍ଟର କରିବା ପାଇଁ ସ୍ବଦେଶୀ ପ୍ଲାଟଫର୍ମ KOO କୁ ପ୍ରମୋଟ କରିବେ | ଖୁବଶୀଘ୍ର ଏକାଧିକ ମନ୍ତ୍ରୀ KOO ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରିବେ | ଜାନୁଆରୀ ୨୬ ହିଂସା କାଣ୍ଡ ପରେ ଭାରତ ସରକାର ଓ ଟୁଇଟର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି |