ସୀମାରୁ ଟ୍ୟାଙ୍କ ଗୁଡିକୁ ପଛକୁ ହଟାଇଲା ଚୀନ

126

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ଲଦାଖ ର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି | ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦ ର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ଟ୍ୟାଙ୍କ ଓ ଯୁଧ୍ୟ ଗାଡିକୁ ପଛକୁ ହଟାଉଥିବାର ଭିଡ଼ିଓ ମଧ୍ୟ ସାମ୍ନା କୁ ଆସିଛି | ଏଥିସହ ଯେଉଁ ବୈଠକ ରେ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା ତା ର ଭିଡ଼ିଓ ମଧ୍ୟ ଏଏନଆଇରେ ଅପଲୋଡ଼ କରାଯାଇଛି |