ଆସନ୍ତା ୬ ତାରିଖରେ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ

132

କଟକ (ଉତ୍କଳ ନ୍ୟୁଜ) ୨-୦୨-୨୦୨୧ : ଗଣତନ୍ତ୍ର ଦିବସ ରେ ଦିଲ୍ଲୀ ରେ ଘଟିଥିବା ହିଂସା କାଣ୍ଡ ଦେଶବାସୀ ଙ୍କ ମନରୁ ଲିଭି ନଥିବା ବେଳେ ଚାଷୀ ସଂଗଠନ ଆସନ୍ତା ୬ ରେ ଆନ୍ଦୋଳନ ଡାକରା ଦେଇଛନ୍ତି | ଭାରତୀୟ କିଷାନ ୟୁନିୟନ ନେତା ବଲବୀର ସିଂ ରାଜେୱାଲ ଏହି ଘୋଷଣା କରିଛନ୍ତି | ସେ କହିଛନ୍ତି ଆସନ୍ତା ୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ | ସେହିଦିନ ମଧ୍ୟାହ୍ନ ୧୨ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚକ ଯାମ କରାଯିବ ବୋଲି ସେ ଘୋଷଣା କରିଛନ୍ତି | ୩ ଟି ଯାକ କୃଷି ଆଇନ ସମ୍ପୂର୍ଣ ପ୍ରତ୍ୟାହାର ଚାଷୀମାନଙ୍କ ର ଏକମାତ୍ର ଦାବି ହୋଇଥିବାରୁ ଅନ୍ୟ କୋୖଣସି ସ୍ଥିତିରେ ସେମାନେ ଆନ୍ଦୋଳନ ରୁ ଓହରିବେନି ବୋଲି ପୂର୍ବରୁ କରିଥିବା ଦାବିକୁ ପୁଣିଥରେ ଦୋହରାଇଛନ୍ତି |