୫ ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ

187

କଟକ (ଉତ୍କଳ ନ୍ୟୁଜ)୨୮-୦୧-୨୦୧୧ : ରାଜ୍ୟର ବଢିଚାଲିଛି ଶିଶୁଙ୍କ ଉପରେ ନିର୍ଯ୍ୟାତନା । କେତେବେଳେ କିଏ , କେଉଁଠୁ ନିଖୋଜ ହୋଇଯାଉଛି । ତ କିଏ ନାବାଳିକାଙ୍କୁ ଆକ୍ରମଣ କରୁଛି । ଗଞ୍ଜାମ ଜିଲ୍ଲା ସୋରଳ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଜଣେ ୫ବର୍ଷ ନାବାଳିକା ଶିଶୁର ଗଳା କାଟିଦେଇଛି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ସୋରଳ ଗାଁର ଅଭାବନୀୟ ଘଟଣା ଘଟିଛି । ଜଣେ ୫ବର୍ଷ ନାବାଳିକା ଶିଶୁର ଗଳା କାଟିଦେଲା ଦୁର୍ବୃତ୍ତ । ନାବାଳିକାର ଗଳା କାଟୁଥିବାର ଦେଖି ଗାଁଲୋକ ଦୌଡି ଆସିଥିଲେ , ଏବଂ ଦୁର୍ବୃତ୍ତକୁ କାବୁ କରିଥିଲେ । ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲର ଭର୍ତ୍ତି କରାଯାଇଥିଲା ସେଠାରେ ଅବସ୍ଥା ସଙ୍କଣ୍ଟlପନ ହେବାରୁ କଟକ ସ୍ଥାନତାରିତ କରିଦିଆଯାଇଛି ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।ଘଟଣା ସ୍ଥଳେ ପୋଲିସ ପହଂଚି ତଦନ୍ତ ଚାଲୁ ରଖିଥିବା ବେଳେ ଛୁରାରେ କାଟୁଥିବା ଲୋକଟିକୁ ଏମ କେ ସିଜି ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି | କୋଦାଳ ରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |