ଚଳିତ ବର୍ଷ ୧୧୯ ଜଣ ପାଇବେ ପଦ୍ମ ପୁରସ୍କାର

140

କଟକ (ଉତ୍କଳ ନ୍ୟୁଜ) ୨୬-୦୧-୨୦୨୧ : ଚଳିତ ବର୍ଷ ମୋଟ ୧୧୯ ଜଣ ଙ୍କୁ ମିଳିବ ପଦ୍ମ ପୁରସ୍କାର | ପଦ୍ମ ପୁରସ୍କାର ମଧ୍ୟରେ ପଦ୍ମଶ୍ରୀ, ପଦ୍ମ ବିଭୂଷଣ , ଓ ପଦ୍ମ ଭୂଷଣ ପୁରସ୍କାର ଦିଆଯିବ | ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି | ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବାକୁ ଥିବା ବେଳେ ୧ ଜଣଙ୍କୁ ମିଳିବ ପଦ୍ମ ଭୂଷଣ ପୁରସ୍କାର | ଏହା ସହ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସାମ୍ମନା ରେ ସମ୍ମାନିତ କରାଯିବ | ଚଳିତ ବର୍ଷ ଜାପାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବ | ପଦ୍ମ ପୁରସ୍କାର ତାଲିକା ରେ ୬ ଓଡ଼ିଆ ମଧ୍ୟ ସ୍ଥାନ ପାଇଛନ୍ତି |