ପୂର୍ବ ଲଦାଖ ରେ ପୁଣି ଭାରତ ଓ ଚୀନ ମୁହାଁମୁହିଁ , ୨୦ ଚୀନ ସୈନ୍ୟ ଓ ୪ ଭାରତୀୟ ଯବାନ ଆହତ

150

କଟକ (ଉତ୍କଳ ନ୍ୟୁଜ) ୨୬-୦୧-୨୦୨୧ : ପୁଣି ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ | ଏହି ସଂଘର୍ଷ ଟି ପୂର୍ବ ଲଦାଖ ଅଂଚଳ ରେ ଘଟିଛି | ଉଭୟ ଦେଶର ପ୍ରତିନିଧି ଏଲଏସି ରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରୁଥିବା ବେଳେ କିଛି ଚୀନ ସୈନ୍ୟ ଶିକ୍କିଂ ରେ ଭାରତୀୟ ସୀମା ମଧ୍ୟରେ ବଳପୂର୍ବକ ପଶିବାକୁ ଚେଷ୍ଟା କରିଥିଲା | ଏହି ସମୟରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ | ଭାରତୀୟ ଯବାନ ମାନେ ଚୀନ ସୈନ୍ୟ କୁ ରୋକିଥିଲେ | ପରିସ୍ଥିତି ଅତି ଗମ୍ଭୀର ହୋଇପଡ଼ିଥିଲା | ଏଥିରେ ୪ ଭାରତୀୟ ଯବାନ ଓ ଚୀନ ର ୨୦ ସୈନ୍ୟ ଆହତ ହୋଇଛନ୍ତି | ତେବେ ୩ ଦିନ ପୂର୍ବ ରୁ ଉଭୟ ଦେଶ ର ସୈନ୍ୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି | ସୂଚନା ଅନୁସାରେ ଦୀର୍ଘ ୧୫ ଘଣ୍ଟା ଧରି ଭାରତ ଓ ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲା | ଏହି ବୈଠକ ରେ ଭାରତ ଚୀନ କୁ ପଛକୁ ହଟିବ ପାଇଁ କହିଥିଲା | ଚୀନ ର ଏହିପରି ବ୍ୟବହାର ରହିଲେ ସୀମା ରେ ଶାନ୍ତି ଫେରିବ ନାହିଁ ବୋଲି ଭାରତୀୟ ସେନା କହିଛି |