ଦେଶ ରେ ଗତ ୨୪ ଘଣ୍ଟା ରେ ୧୩,୨୦୩ କରୋନା ସଂକ୍ରମଣ ଚିହ୍ନଟ

168

କଟକ (ଉତ୍କଳ ନ୍ୟୁଜ) ୨୬-୦୧-୨୦୨୧: ଦେଶ ରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି | ଦେଶ ରେ ଗତ ୨୪ ଘଣ୍ଟା ରେ ୧୩,୨୦୩ ଚିହ୍ନଟ ହୋଇଥିବା ବେଳେ ୧୩୧ ଜଣଙ୍କ ମୃତ୍ୟୁ ଘଟିଛି | ଦେଶ ରେ ଲଗାତାର ୧୫ ହଜାର ତଳେ ଦୈନିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶ ରେ ଗତ ୨୪ ଘଣ୍ଟ ରେ ୧୩,୨୦୩ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି | ଏହି ସଂଖ୍ୟା କୁ ମିଶାଇ ଦେଶ ରେ ଏବେ ମୋଟ ୧ କୋଟି ୬ ଲକ୍ଷ ୬୭ ହଜାର ୭୩୬ ରେ ପହଂଚିଛି | ସେହିପରି ଗତ ୨୪ ଘଣ୍ଟା ରେ ୧୩୧ ଜଣ ମୃତ୍ୟୁ ବାରଣ କରିଛନ୍ତି | ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୪୭୦ ରେ ପହଂଚିଛି |