ବିଶ୍ୱରେ ପ୍ରବାସୀ ଭାରତୀୟ ସର୍ବାଧିକ : ଜାତିସଂଘ

144

କଟକ (ଉତ୍କଳ ନ୍ୟୁଜ) ୧୯-୦୧-୨୦୧୧ : ବିଶ୍ୱ ର ବିଭିନ୍ନ ଦେଶ ରେ ବସ ବାସ କରୁଥିବା ପ୍ରବାସୀ ଙ୍କ ମଧ୍ୟରୁ ଭାରତୀୟମାନେ ହେଉଛନ୍ତି ସର୍ବାଧିକ ବୋଲି ଜାତିସଂଘ ର ଜନସଂଖ୍ୟା ବିଭାଗ ନିର୍ଦେଶକ ଜନୱିଲମିଥ କହିଛନ୍ତି | ଜାତିସଂଘ ର ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗ ବିଭାଗ ଠାରେ ଶୁକ୍ରବାର ଏଭଳି ଆନ୍ତର୍ଜାତିକ ଦେଶାନ୍ତର ରିପୋର୍ଟ ୨୦୨୦ ଉପସ୍ଥାପନ କରି ଜନୱିଲମିଥ ଆହୁରି କହିଛନ୍ତି ଯେ ଏଭଳି ପ୍ରବାସୀ ଙ୍କୁ ଆଶ୍ରୟ ଦେବାରେ ଆମେରିକା ଶୀର୍ଷ ରେ ରହିଛି ଯେଉଁଠି ୫ କୋଟି ୧୦ ଲକ୍ଷ ବା ବିଶ୍ୱ ର ସମୁଦାୟ ପ୍ରବାସୀ ଙ୍କ ୧୮ ପ୍ରତିଶତ ବସବାସ କରୁଛନ୍ତି | ସେହିପରି ୨୦୦୦ ମସିହା ରୁ ୨୦୨୦ ଭିତରେ ପ୍ରାୟ ସବୁ ଦେଶ ର ପ୍ରବାସୀ ଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବଢିଛି ଏବଂ ଏହି ଅବଧି ଭିତରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଏକ କୋଟି ବୃଦ୍ଧି ପାଇଛି | ଏହି ପ୍ରବାସୀ ସଂଖ୍ୟା ଦୃଷ୍ଟି ରୁ ୨୦୦୦ ରେ ଭାରତ ତୃତୀୟ ରେ ଥିବା ବେଳେ ଏବେ ଶୀର୍ଷ ସ୍ଥାନ ଦଖଲ କରିଛି |