ରୁଷ ରୁ ଲଢ଼ୁଆବିମାନ କିଣିବ ଭାରତ

126

କଟକ (ଉତ୍କଳ ନ୍ୟୁଜ) ୧୯-୦୧-୨୦୨୧ : ଭାରତ ରୁଷ ଠାରୁ ୨୧ ଟି ମିଗ -୨୯ ଓ ୧୨ ଟି ସୁ ଖୋଇ ଏସୟୁ -୩୦ ଏମକେଆଇ ଯୁଦ୍ଧବିମାନ କିଣିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି | ବର୍ତ୍ତମାନ ଭାରତୀୟ ବାୟୁସେନା ରେ ୫୯ ମିଗ-୨୯ ଯୁଦ୍ଧବିମାନ କାର୍ଯ୍ୟକ୍ଷମ ରହିଛି | ରୁଷ ରୁ ନୂଆ ମିଗ ଯୁଦ୍ଧବିମାନ ଆସିଲେ ବାୟୁସେନା ର ଶକ୍ତି ଦୁଇଗଣିତ ହୋଇଯିବ | ରୁଷ ଠାରୁ ୨୭୨ ସୁଖୋଇ ଏସୟୁ-୩୦ ଏମକେଆଇ କିଣିବାକୁ ବହୁବର୍ଷ ହେଲା ଭାରତ ରାଜିନାମା କରିସାରିଛି | ହେଲେ ସେଥିରୁ ଏ ପର୍ଯ୍ୟନ୍ତ ୨୬୮ ଟି ସୁଖୋଇ ମିଳିଛି |