କୃଷି ଆଇନ ରଦ୍ଦ ହେବନାହିଁ - କେନ୍ଦ୍ର ସରକାର

130

କଟକ (ଉତ୍କଳ ନ୍ୟୁଜ) ୧୮-୦୧-୨୦୨୧ କୃଷି ଆଇନ କୁ ବିରୋଧ କରି ପ୍ରାୟ ୨ ମାସ ଧରି ଦିଲ୍ଲୀ ସୀମା ରେ ଆନ୍ଦୋଳନ କରୁଥିବା ଚାଷୀ ମାନଙ୍କୁ ବୁଝାଇବା କୁ ପୁଣିଥରେ ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର | ଚାଷୀ ମାନଙ୍କ ର ଜୋରସୋର ଆନ୍ଦୋଳନ କୁ ଦେଖି ସୁପ୍ରିମକୋର୍ଟ ନୂଆ ଆଇନ କୁ ଦେଶ ରେ ଏବେ ଲାଗୁ ହେବନାହିଁ ବିଲ କହିଛନ୍ତି | ପୁଣି ବୈଠକ ପାଇଁ ଆସନ୍ତା ୧୯ ତାରିଖ କୁ ଧାର୍ଯ୍ୟ କରାଯାଇଛି | ପୂର୍ବ ରୁ ଚାଷୀ ଓ ସରକାରଙ୍କ ମଧ୍ୟରେ ୯ ଥର ବୈଠକ ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ନ ବାହାରିବା ରୁ ଏବେ ୧୦ ଥର ପାଇଁ ବୈଠକ ଅନୁଷ୍ଠିତ ହେଉଛି | ଏହି ବୈଠକ ରେ କିଛି ସମାଧାନ ବାହାରିବ ବୋଲି ଆଶା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର | ତେବେ ୧୦ ବୈଠକ ରେ କୃଷି ଆଇନ କୁ ପ୍ରତ୍ୟାହାର କରିବା ବ୍ୟତୀତ ଆଉ ସବୁ ମାନିବୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ |