ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୫୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

133

କଟକ (ଉତ୍କଳ ନ୍ୟୁଜ) ୧୬-୦୧-୨୦୨୧ ଭାରତ ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୫୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଦେଶ ରେ କରୋନା ର ଦୈନିକ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବା ରେ ଲାଗିଛି | ଏବେ ପର୍ଯ୍ୟନ୍ତ କରୋନା ମହାମାରୀ ଦେଶ ର ୧,୦୫,୨୭,୬୮୩ ଲୋକଙ୍କୁ ସଂକ୍ରମିତ କରିସାରିଲେଣି | ସେପଟେ ଦେଶ ରେ ସୁସ୍ଥ ଙ୍କ ସଂଖ୍ୟା ୧,୦୧,୬୨,୭୩୮ କୁ ବୃଦ୍ଧି ପାଇଛି | ଦିନକରେ କରୋନା ରୁ ଭଲ ହୋଇଛନ୍ତି ୧୫,୯୭୫ ଜଣ | ବର୍ତ୍ତମାନ ସୁଦ୍ଧା ଦେଶବ୍ୟାପୀ ୧,୫୧,୯୧୮ ଜଣ ସଂକ୍ରାମିତଙ୍କ ର ମୃତ୍ୟୁ ହେଲାଣି | ସହିପରି ଗତ ୨୪ ଘଣ୍ଟା ରେ ୧୯୧ ଜଣ ପ୍ରାଣ ହରାଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି |