ନବମ ଥର ପାଇଁ ସରକାର ଓ ଚାଷୀ ଙ୍କ ବୈଠକ ବିଫଳ

132

କଟକ (ଉତ୍କଳ ନ୍ୟୁଜ) ୧୬-୦୧-୨୦୨୧ ପୁଣି ଥର କେନ୍ଦ୍ର ସରକାର ଓ ଚାଷୀ ଙ୍କ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି | ପରବର୍ତ୍ତୀ ବୈଠକ ଜାନୁଆରୀ ୧୯ ତାରିଖ କୁ ଧାର୍ଯ୍ୟ କରାଯାଇଛି | ସୁପ୍ରିମକୋର୍ଟ ଙ୍କ କମିଟି ଗଠନ ପରେ ଏହା ଥିଲା ପ୍ରଥମ ଆଲୋଚନା | କେନ୍ଦ୍ର ସରକାର ନିଜ ଜିଦରେ ଅଟଳ ଅଛନ୍ତି ସେ କହୁଛନ୍ତି କୃଷି ଆଇନ ପ୍ରତ୍ୟାହାର ହେବନି , ସେପଟେ କୃଷକ ସଂଗଠନ ମଧ୍ୟ ନିଜ ଜିଦ ରେ ଅଛନ୍ତି ସେ କୃଷି ଆଇନ କୁ ପ୍ରତ୍ୟାହାର କରିବାକୁ କହୁଛନ୍ତି | ସରକାର ଙ୍କ .ପ୍ରସ୍ତାବ କୁ ମାନିବାକୁ ଚାଷୀ ନାରାଜ ଏପଟେ ଚାଷୀ ପ୍ରସ୍ତାବ ଦେଲେ ତାହା ଉପରେ ବିଚାର କରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି | ସରକାର କହିଛନ୍ତି ସୁପ୍ରିମକୋର୍ଟ କମିଟି ଆଗରେ ପକ୍ଷ ରଖାଯିବ | ଗୋଟିଏ ଗୋଟିଏ ପରେ ଆଲୋଚନା ଫେଲ ମାରୁଛି | ତେଣୁ ଏହାର ସମାଧାନ କେବେ ବାହାରିବ ତାହା ଦେଖିବାକୁ ବାକି ରହିଲା |