କେନ୍ଦ୍ର ଆଣିଥିବା ୩ ଟି କୃଷି ଆଇନ ଉପରେ ରୋକ ଲଗାଇଲା ସୁପ୍ରିମକୋର୍ଟ

150

କଟକ (ଉତ୍କଳ ନ୍ୟୁଜ) ୧୩-୦୧-୨୦୨୧ କେନ୍ଦ୍ର ସରକାର ଆଣିଥିବା ୩ ଟି ନୂଆ କୃଷି ଆଇନ କୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ | ଚାଷୀ ଆନ୍ଦୋଳନ ଉପରେ ଶୁଣାଣି କରି ଏହି ପରି ଗୁରୁତ୍ୱପୂର୍ଣ ରାୟ ଦେଇଛି ଦେଶ ର ସର୍ବୋଚ୍ଚ ନ୍ୟାୟାଳୟ | ଅର୍ଥାତ ସୁପ୍ରିମକୋର୍ଟ ଙ୍କ ପରବର୍ତ୍ତୀ ଶୁଣାଣି ଯାଏଁ ଏହି ଆଇନ ଲାଗୁ ହୋଇପାରିବ ନାହିଁ | ଏହା ସହ କୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି | ଏହି କମିଟି କୃଷି ଆଇନ କୁ ତର୍ଜମା କରିବ | ସମସ୍ତେ କମିଟି ଆଗରେ ନିଜର ପକ୍ଷ ରଖିପାରିବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି | ଅନ୍ୟପକ୍ଷରେ କୃଷକ ସଂଗଠନ ଗୁଡିକ କିନ୍ତୁ କୋର୍ଟ ଏହି ରାୟ ସନ୍ତୁଷ୍ଟ ନୁହନ୍ତି | ସେମାନେ କହିଛନ୍ତି ଆଇନ ରଦ୍ଧ ହେବ ଯାଏଁ ଆନ୍ଦୋଳନ ଚାଲିବ | ଏବଂ କମିଟିରେ ରହିଥିବା ସମସ୍ତ ୪ ଜଣ ବିଶେଷଜ୍ଞ ସରକାରଙ୍କ ସମର୍ଥକ ବୋଲି ଚାଷୀ ନେତାମାନେ କହିଛନ୍ତି | ସୂଚନା ଅନୁସାରେ , ୪୮ ଦିନ ଧରି କୃଷକ ମାନେ କେନ୍ଦ୍ର ଆଣିଥିବା ୩ ଟି କୃଷି ଆଇନ କୁ ବିରୋଧ କରି ଆନ୍ଦୋଳନ ରେ ବସିଛନ୍ତି |