ଭାରତୀୟ ସେନା ର ଜବାବ ରେ ୩ ପାକ ସୈନ୍ୟ ନିହତ

139

କଟକ (ଉତ୍କଳ ନ୍ୟୁଜ) ପାକିସ୍ତାନ କେବେ ବି ସୁଧୀରିବ ନାହିଁ | ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ର ବିରତି ଉଲଘଂନ ର ଜବାବ ରେ ଭାରତୀୟ ସେନା ପାକିସ୍ତାନ ସେନା କୁ ଦୃଢ ଜବାବ ଦେଇଛନ୍ତି | ଏହି ଜବାବ ରେ ପାକିସ୍ତାନ ସେନା ର ୩ ସୈନ୍ୟ ନିହତ ହୋଇଥିବା ବେଳେ ପାକିସ୍ତାନ ର ସେନା ର ୪ ଟି ପୋଷ୍ଟ ମଧ୍ୟ ଧ୍ୱଂସ ହୋଇଯାଇଛି | ସୂଚନା ଅନୁଯାୟୀ , ପାକିସ୍ତାନ ସେନା ତରଫରୁ ଏଲଓସି ରେ ଅସ୍ତ୍ର ବିରତି ଉଲଘଂନ କରି ଲଗାତାର ଭାରତୀୟ ସେନା ର ପୋଷ୍ଟ ଉପରେ ଆକ୍ରମଣ କରୁଛି | ରବିବାର ଦିନ ଭାରତୀୟ ସେନା ବଡ ଧାରଣା ର ପଦକ୍ଷେପ ନେଇ ପାକିସ୍ତାନ ସେନା ର ୩ ଜଣ ସୈନ୍ୟ କୁ ଗୁଳି କରିଛି |