ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୨୨୨ ନୂଆ କରୋନା ଚିହ୍ନଟ

130

କଟକ (ଉତ୍କଳ ନ୍ୟୁଜ) ଦେଶ ରେ କରୋନା ସଂକ୍ରମଣ କୁ ନେଇ ଭଲ ଖବର ଦେଖିବାକୁ ମିଳିଛି | ଦେଶ ରେ ଗତ ୨୪ ଘଣ୍ଟ ମଧ୍ୟରେ ପ୍ରାୟ ୧୧ ର ରାଜ୍ୟ ରେ କରୋନା ସଂକ୍ରମଣ ଯୋଗୁଁ କେହି ପ୍ରାଣ ହରାଇନହାନ୍ତି | ସେହିପରି ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୮,୨୨୨ ନୂଆ ମାମଲା ସମ୍ନାକୁ ଆସିଛି | ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତ ସଙ୍କ ସଂଖ୍ୟା ୧,୦୪,୩୧,୬୩୯ କୁ ବୃଦ୍ଧି ପାଇଛି | ସହିପରି ଗୋଟିଏ ଦିନ ରେ ୧୯,୨୫୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି | ଏହି ସଂଖ୍ୟା କୁ ମିଶାଇ ଦେଶ ରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ହେଲା ୧,୦୦,୫୬,୬୫୧ କୁ ବଢିଛି | ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ ୨୨୮ ଜଣଙ୍କ କରୋନା ଜନିତ ରୋଗ ରେ ମୃତ୍ୟୁ ବରଣ କରିଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି |