୧୬ ରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ

165

କଟକ (ଉତ୍କଳ ନ୍ୟୁଜ) କରୋନା ମହାମାରୀ ର ମୁକାବେଇଲା ପାଇଁ ଆସନ୍ତା ୧୬ ତାରିଖ ରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି | ଶନିବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ରେ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏହି ଟୀକାକରଣ ପ୍ରଥମ ଦେଶ ର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀ ଙ୍କୁ ଦିଆଯିବ | ଦେଶ ରେ କରୋନା ସମୀକ୍ଷା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା | ସୂଚନା ମୁତାବକ , ବୈଠକ ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସର୍ବପ୍ରଥମ ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀନ୍କ ର ଟୀକାକରଣ ହେବ | ଏମାନଙ୍କ ସଂଖ୍ୟା ପ୍ରାୟ ୩ କୋଟି ହେବ | ଏହାପରେ ୫୦ ବର୍ଷ ରୁ ଅଧିକ ବୟସ ର ଲୋକମାନେ ଏବଂ ବିଭିନ୍ନ ରୋଗ ରେ ପୀଡିତ ଲୋକଙ୍କୁ ଟୀକା ଦିଆଯିବ |