ଜାତିସଂଘ ରେ ଭାରତ କୁ ୩ ଟି ବିଷୟ ରେ ଅଧ୍ୟାକ୍ଷତା କରିବ

127

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଭାରତ ଜାତିସଂଘ ସୁରକ୍ଷା ପରିଷଦ ରେ ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛି | ଭାରତ ଦୁଇ ବର୍ଷ ପାଇଁ ଏହି ପଦବୀ ରେ ରହିବ | ଭାରତ ଅଷ୍ଟମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ଅବସ୍ଥାପିତ ହୋଇଛି | ଏବେ ଭାରତ କୁ ଜାତିସଂଘ ର ଆଉ ୩ ଟି କମିଟି ରେ ଅଧକ୍ଷ ଦାୟିତ୍ୱ ମିଳିବାକୁଯାଉଛି | ଏହି ବିଷୟ ଗୁଡିକ ହେଲା ତାଲିବାନ ଉପରେ କଟକଣା ଲଗାଇବା ପାଇଁ ଗଠିତ କମିଟି, ଲିବିୟା ଉପରେ କଟକଣା ଲଗାଇବା ପାଇଁ ଗଠିତ କମିଟି ଏବଂ ଆତଙ୍କବାଦୀ ନିରୋଧ କମିଟି | ଭାରତ ସବୁବେଳେ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହେଉଥିବାବେଳେ ଏହା ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଆସୁଛି | ତେଣୁ ଜାତିସଂଘ ର ଏହିଭଳି ଗୁରୁତ୍ୱପୂର୍ଣ କମିଟି ର ଅଧକ୍ଷ କରିବା ଦାୟିତ୍ୱ ଭାରତ କୁ ଦିଆଯାଇଛି |