ଚାଷୀ -ସରକାର ଆଲୋଚନା ପୁଣି ବିଫଳ

158

କଟକ (ଉତ୍କଳ ନ୍ୟୁଜ) କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନ କୁ ନେଇ ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗତକାଲି ଅନୁଷ୍ଠିତ ଆଲୋଚନା ବିଫଳ ହୋଇଛି | ସରକାର ଓ ଚାଷୀ ନିଜ ନିଜ ର ଜିଦ ଅଟଳ ରହିଥିବା ରୁ ଏହାର କିଛି ସମାଧାନ ବାହାରିପାରୁନାହିଁ | ଜାନୁଆଇଁ ୧୫ ରେ ଉଭୟ ପକ୍ଷ ମଧ୍ୟରେ ପୁଣି ଥରେ ଆଲୋଚନା ହେବ ବୋଲି ସ୍ଥିର କରାଯାଇଛି | ଆଜିର ବୈଠକ ରେ ଯାହା ଜଣାପଡୁଛି ଯେ ସରକାର ନୂଆ କୃଷି ଆଇନ କୁ ପ୍ରତ୍ୟାହାର କରିପାରିବେ ନାହିଁ | ସରକାର ମଧ୍ୟ ଚାଷୀ ସଂଗଠନ ଗୁଡିକୁ ଜଣାଇ ଦେଇଛନ୍ତି ଯେ ଏହି ବିବାଦ ରେ କୋୖଣସି ସମାଧାନ ନହେବାରୁ ଏବେ ସୁପ୍ରିମକୋର୍ଟ ହିଁ ଏହାର ସମାଧାନ କରିପାରିବ |