ଦେଶରେ ତଳ ମୁହାଁ କରୋନା ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୧୬,୩୭୫

158

କଟକ (ଉତ୍କଳ ନ୍ୟୁଜ) ଭାରତ ରେ ଦୈନିକ କରୋନା ସଂକ୍ରମଣ ତଳକୁ ଖସିଛି | ଗତ ୨୪ ଘଣ୍ଟା ମଧ୍ୟରେ ୧୬,୩୭୫ ନୂଆ ମାମଲା ଚିହ୍ନଟ ହୋଇଛି | ଏତେ ପର୍ଯ୍ୟନ୍ତ ୧,୦୩,୫୬,୮୪୪ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଲେଣି | ଏମାନଙ୍କ ମଧ୍ୟରୁ ୯୯,୭୫,୯୫୮ ଜଣ ସୁସ୍ଥ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୨୦୧ ଜଣ କରୋନା ରେ ପ୍ରାଣ ହରାଇଛନ୍ତି | ଏହାକୁ ମିଶାଇ ସମୁଦାୟ ୧,୪୯,୮୫୦ ଜଣ କରୋନା ରେ ପ୍ରାଣ ହରାଇଛନ୍ତି |