ଦ୍ରୁତ ବେଗ ରେ ସଂକ୍ରମିତ ହେଉଛି କରୋନା ଭୁତାଣୁ ର ନୂଆ ଷ୍ଟ୍ରେନ

152

କଟକ (ଉତ୍କଳ ନ୍ୟୁଜ) କୋଭିଡି -୧୯ ଠାରୁ ଅଧିକ ଦ୍ରୁତ ବେଗ ରେ ସଂକ୍ରମିତ ହେଉଛି ଏହି ନୂଆ ଷ୍ଟ୍ରେନ | ଏହି ଭୁତାଣୁ ଟି ପ୍ରଥମେ ବ୍ରିଟେନ ଦେଖାଯାଇଥିଲା | ବରଟେନ ହୋଇଥିବା ଏକ ଅଧ୍ୟାୟନ ଜଣାପଡିଛି ଯେ ପୁରୁଣା ଷ୍ଟ୍ରେନ ତୁଳନା ରେ ଏହା ଅଧିକ ସଂକ୍ରମିକ ହେଉଛି | ବ୍ରିଟେନ ରେ ମିଳିଥିବା ନୂଆ ଷ୍ଟ୍ରେନ ର ସଂକ୍ରମଣ ଗତି ୧.୧ ରୁ ୧.୩ ମଧ୍ୟରେ ରହିଛି | ଲଣ୍ଡନ ଇମ୍ପେରିଆଲ କଲେଜ ର ପ୍ରଫେସର ଏକ୍ସେଲ ଙ୍କ କହିବାନୁଯାୟୀ କରୋନା ଭୁତାଣୁ ରେ ଯେତେ ପ୍ରକାର ମ୍ୟୁଟେସନ ଆସିଛି ତାହା ଥରି ଏହା ଅତି ଭୟାନକ | ଏହି ଷ୍ଟ୍ରେନ ଉପରେ ଟୀକା ର ପ୍ରଭାବ ହୋଇ ନ ପରେ ବୋଲି କୁହାଯାଉଛି | ଇଉରୋପେ ରାଷ୍ଟ୍ର ରେ ନୂଆ କରୋନା ଭାଇରସ ଜଗୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି | ବ୍ରିଟେନ ଗତ ୨୪ ଘଣ୍ଟା ମଧ୍ୟରେ ୫୪,୯୯୦ ନୂଆ ମାମଲା ସାମ୍ନାକୁ ଆସିଛି |