ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୭୭ ନୂଆ ସଂକ୍ରମିତ ଚିହ୍ନଟ

133

କଟକ (ଉତ୍କଳ ନ୍ୟୁଜ) ଭାରତ ରେ କରୋନା ମାମଲା ପ୍ରତେକ ଦିନ କମିବା ରେ ଲାଗିଛି | ଯାହା ଦେଶବାସୀ ପାଇଁ ଖୁସିର ଖବର | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୭୭ ଯାଏଁ ନୂଆ କରୋନା ମାମଲା ସାମ୍ନା କୁ ଆସିଛି | ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୦୩,୨୩,୯୬୫ ରେ ପହଂଚିଛି | ମୋଟ ୯୯,୨୭,୩୧୦ ଯାଏଁ ସୁସ୍ଥ ହୋଇଛନ୍ତି | ସେହିଭଳି ଗତ ୨୪ ଘଣ୍ଟା ରେ ୨୧୭ ଜଣ କରୋନା ରେ ପ୍ରାଣ ହରାଇଛନ୍ତି | ଯାହାକୁମିଶାଇ ମୃତ୍ୟୁ ସଂଖ୍ୟା ୧.୫୦ ଲକ୍ଷ ପର୍ଯ୍ୟନ୍ତ ପହଂଚିଛି |