ନାଇଜେରିଆ ଦେଶରେ ୭୦ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଆତଙ୍କବାଦୀ ମାନେ |

155

କଟକ (ଉତ୍କଳ ନ୍ୟୁଜ) ଆତଙ୍କବାଦୀ ମାନଙ୍କ ଉପଦ୍ରବ ଏବେ ସାରା ବିଶ୍ୱ ରେ ଦେଖିବାକୁ ମିଳିଛି | ବିଶ୍ୱ ରେ ସବୁ ଦେଶ ପ୍ରାୟ ଏହି ଆତଙ୍କବାଦୀ ମାନଙ୍କ ପାଇଁ ଆଜି ଚିନ୍ତିତ | ଆଫ୍ରିକୀୟ ଦେଶ ନାଇଜେରିଆ ରେ ଏକ ବଡ ଧାରଣ ର ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି | ଏଥିରେ ଅତିକମ ରେ ୭୦ ଜଣ ସାଧାରଣ ନାଗରିକ ଙ୍କ ଜୀବନ ଯାଇଛି | ଏହାସହ ୨୦ ରୁ ଅଧିକ ଆହତ ହୋଇଛନ୍ତି | ଆତଙ୍କବାଦୀ ମାନେ ଯେଉଁ ଗ୍ରାମ ରେ ଆକ୍ରମଣ କରିଛନ୍ତି | ସେଠାରେ ଦୀର୍ଘ ଦିନ ହେବ ଗୃହଯୁଦ୍ଧ ଲାଗି ରହିଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ | ଏହି ସ୍ଥାନରେ ଅଲଂକାଇଦା ଏବଂ ଇସ୍ଲାମିକ ଷ୍ଟେଟ ଭଳି ସଂଗଠନ ସକ୍ରିୟ ଅଛନ୍ତି | ସେଠାକାର ସରକାର ଆତଙ୍କବାଦୀ ମାନଙ୍କୁ ନିପାତ କରିବା ରେ ବିଫଳ ହୋଇଛନ୍ତି |