ଟାଙ୍ଗି ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ଟୋଲ ଗେଟ ପାଖରୁ ପୁଣି ଜବତ ହେଲା ଗଂଜେଇ |

290

କଟକ(ଉତ୍କଳ ନିଉଜ )୦୨-୦୧-୨୦୨୧ ଟାଙ୍ଗି ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ଟୋଲ ଗେଟ ପାଖରୁ ପୁଣି ଜବତ ହେଲା ଗଂଜେଇ |ଗୋଇନ୍ଦା ସୂତ୍ର ରୁ ଗଂଜେଇ ଚାଲାଣ ର ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ନିର୍ଗୁଣ୍ଡି ଟୋଲ ଗେଟ ପାଖରେ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ ତାଙ୍କ ଟିମ ସହ ଟୋଲ ଗେଟ ନିକଟରେ ଜଗି ରହିଥିଲେ |ଚୋରା ଗଂଜେଇ ଚାଲାଣ ହେଉଥିବା ଏକ ସ୍ବିଫ୍ଟ ଡ଼ିଜାୟର ଗାଡି କୁ ଅଟକାଇବା ପରେ ସେଥିରୁ ୩୦ କେଜି ଗଂଜେଇ ଜବତ କରାଯାଇଥିଲା |ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ |ଅବକାରୀ ବିଭାଗ ପକ୍ଷରୁ ଗାଡି ଗଂଜେଇ କୁ ଜବତ କରିବା ସହିତ ୨ ଜଣ ବ୍ୟକ୍ତି କିଶୋର ନଗର ର ମନୋଜ ନାୟକ(୪୧) ଓ କଟକ ରାଣୀହାଟ ର ବେଣୁ ରାଉତ (୩୫ )କୁ ଅଟକ ରଖିଛି |