ନୂଆ ବର୍ଷ ରେ ଲାଇଟ ହାଉସ ପ୍ରକଳ୍ପ ର ଶୁଭାରମ୍ଭ କଲେ ପ୍ରଧାନ ମନ୍ତ୍ରୀ ମୋଦି

140

କଟକ (ଉତ୍କଳ ନ୍ୟୁଜ) ନୂଆ ବର୍ଷ ରେ ପ୍ରଧାନ ମନ୍ତ୍ରୀ ମୋଦି ଦେଶ ବାସୀ ଙ୍କୁ ଭେଟିଦେଇଛନ୍ତି ଏକ ନୂଆ ଲାଇଟ ହାଉସ ପ୍ରକଳ୍ପ | ଏକ ଭରଚୁଆଲ ସମ୍ମିଳନୀ ରେ ଯୋଗ ଦେଇ ଲାଇଟ ହାଉସ ପ୍ରକଳ୍ପ ର ଉଦ୍ଘାଟନ କରିଛନ୍ତି | ଏହି ପ୍ରକଳ୍ପ ଟି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତ୍ରିପୁରା, ଝାଡ଼ଖଣ୍ଡ, ଗୁଜୁରାଟ, ଏବଂ ତାମିଲନାଡୁ ରେ ଆଦି ସ୍ଥାନ ରେ ଅବସ୍ଥାପିତ ହେବ | ଏହି ପ୍ରକଳ୍ପ ଅଧୀନରେ ମୋଦି ଉପଭୋକ୍ତା ରାଜ୍ୟମାନଙ୍କ ର ଏକ ହଜାର ଲେଖାଏଁ ଗୃହ ନିର୍ମାଣ କରିବେ | ବିଦେଶ ଭଳି ଢାଞ୍ଚା ରେ ଏହି ଗୃହ ଗୁଡିକ ନିର୍ମାଣ ହେବ | ଏହି ୬ ଟି ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରକଳ୍ପ କୁ ଭରଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ | ସୂଚନା ଅନୁଯାୟୀ , ଆଗାମୀ ୧ ବର୍ଷ ଭିତରେ ୬ ହଜାର ଗୃହ ନିର୍ମାଣ କରିବାକୁ ଲକ୍ଷ ରଖାଯାଇଛି |