ଭାରତ ରେ କରୋନା ର ନୂଆଭୁତାଣୁ ଚିହ୍ନଟ

141

କଟକ (ଉତ୍କଳ ନ୍ୟୁଜ) ବ୍ରିଟେନ ରେ କାୟା ବିସ୍ତାର କରିଥିବା ନୂଆ କରୋନା ଷ୍ଟ୍ରେନ ଏବେ ଭାରତରେ ମଧ୍ୟ ପହଁଚିଯାଇଛି | ବ୍ରିଟେନ ରୁ ଆସିଥିବା ୮ଭାରତୀୟ ଙ୍କ ଦେହରେ ଏହି ଭାଇରସ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି | ଏମାନଙ୍କ ରୁ ମଧ୍ୟରେ ବାଙ୍ଗାଲୁର ରୁ ସର୍ବାଧିକ ୩ ଜଣ ରହିଛନ୍ତି | ଏହି ଭୁତାଣୁ ତୁ କରୋନା ଠାରୁ ଆହୁରି ଅଧିକ କ୍ଷିପ୍ର ଗତିରେ ସଂକ୍ରମିତ ହେଉଛି | ନୂଆ ଭାଇରସ ସଂକ୍ରମଣ କୁ ରୋକିବା ପାଇଁ ନଭେମ୍ବର ୨୫ ରୁ ଡ଼ିସେମ୍ବର ୨୩ ମଧ୍ୟରେ ଭାରତ ଆସିଥିବା ସମସ୍ତ ବ୍ରିଟେନ ଫେରନ୍ତା ଙ୍କର ଆରଟି -ପିସିଆର ପରିକ୍ଷ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ | ଏହି ସମୟରେ ପ୍ରାୟ ୩୩ ହଜାର ଲୋକ ବ୍ରିଟେନ ରୁ ଭାରତ କୁ ଫେରିଥିଲେ | ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ଆସିଥିଲା | ଏହି ୧୧୪ ଜଣଙ୍କ ନମୁନା ରେ ଜିନୋମ ସିକ୍ୱେ ନସିଂକରାଯାଇଥିବା ବେଳେ ସେଥିମଧ୍ୟରୁ ୮ ଜଣଙ୍କ ର ଏହି ନୂଆ କରୋନା ଭାଇରସ ଚିନ୍ହଟ ହୋଇଛି | ଏହା ଭାରତ ସରକାର ଙ୍କ ପାଇଁ ମୁଣ୍ଡବ୍ୟଥା କାରଣ ପାଲଟିଛି | ଏହି ୮ ଜଣଙ୍କୁ ଏକ ସ୍ୱତନ୍ତ୍ର କୋଠରୀ ର ବ୍ୟବସ୍ଥା କରାଯାଇ ତାଙ୍କୁ ସେଠାରେ ରଖାଯାଇଛି |