ଦେଶରେ ଗତ ୨୪ ଘଣ୍ଟା ରେ ୨୦,୦୨୧ ନୂଆ କରୋନା ପଜିଟିଭ ଚିହ୍ନଟ

127

କଟକ (ଉତ୍କଳ ନ୍ୟୁଜ) ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମିତ ଙ୍କ ସଂଖ୍ୟା ଗତକାଲି ଅପେକ୍ଷା ଆଜି ର ସଂଖ୍ୟା ଅଧିକଙ୍କ ରହିଛି | ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୦୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏହି ସଂଖ୍ୟା ଙ୍କୁ ମିଶାଇ ଦେଶରେ ମୋଟ ୧,୦୨,୦୭,୮୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି | ସେହିପରି ଗତ ୨୪ ଘଣ୍ଟା ରେ ୨୭୯ ଜଣ ଙ୍କ କରୋନା ରେ ମୃତ୍ୟୁ ହୋଇଛି | ସୁସ୍ଥ ଙ୍କ ସଂଖ୍ୟା ୯୭ ଲକ୍ଷ ରୁ ଉର୍ଧ ହେବ | ଏହି ମୃତ୍ୟୁ ସଂଖ୍ୟା କୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ରେ ୧,୪୭,୯୦୧ ଜଣଙ୍କ ମୃତ୍ୟୁ ହୋଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି |