ଦେଶ ରେ ଗତ ୨୪ ଘଣ୍ଟା ରେ ୧୮,୭୩୨ ନୂଆ କରୋନା ପଜିଟିଭ ଚିହ୍ନଟ

145

କଟକ (ଉତ୍କଳ ନ୍ୟୁଜ) ଧୀରେ ଧୀରେ ଦେଶରେ ଦୈନିକ କରୋନା ମାମଲା କମିବାରେ ଲାଗିଛି | ଯାହା ଦେଶ ପାଇଁ ଏକ ଖୁସି ଖବର | ଦୀର୍ଘ ୬ ମାସ ପରେ ଦେଶରେ ଦିନକରେ ସବୁଠାରୁ କମ ମାମଲା ସାମ୍ନା କୁ ଆସିଛି | ଗତ ୨୪ ଘଣ୍ଟା ରେ ଦେଶରେ ୧୮,୭୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୧,୦୧,୮୭,୮୫୦ ରେ ପହଂଚିଛି | ଅନ୍ୟପଟେ ସୁସ୍ଥ ଙ୍କ ସଂଖ୍ୟା ୯୭,୬୧,୫୩୮ ରେ ପହଂଚିଛି | ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଛି |