ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୬,୬୨୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

135

କଟକ (ଉତ୍କଳ ନ୍ୟୁଜ) ଦେଶ ରେ କରୋନା ସଂକ୍ରମଣ ସଂଖ୍ୟା କିଛି ମାତ୍ର ରେ କମି ଯାଇଥିଲେ ମଧ୍ୟ ପ୍ରତିଦିନ ସଂଖ୍ୟା ୨୦ ହଜାର ଉପରେ ରହୁଛି | ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୬୨୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଫଳ ରେ ଏହାକୁ ମିଶାଇ ଦେଶ ରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧ କୋଟି ୩୧ ହଜାର ୨୨୩ ରେ ପହଂଚିଛି | ସେଥିମଧ୍ୟରୁ ୯୫ ଲକ୍ଷ ୮୦ ହଜାର ୪୦୨ଜଣ ସୁସ୍ଥ ହୋଇସାରିଲେଣି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ସୂଚନା ମିଳିଛି | ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ରେ ୩୪୧ ଜଣ କରୋନା ଆକ୍ରାନ୍ତ ଙ୍କ ର ମୃତ୍ୟୁ ଘଟିଛି | ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୪୭୭ କୁ ବୃଦ୍ଧି ପାଇଛି |