କରୋନା ଟୀକା ନେବା ପାଇଁ ସମସ୍ତେ ବାଧ୍ୟ ନୁହେଁ : କେନ୍ଦ୍ର ସରକାର

125

କଟକ (ଉତ୍କଳ ନ୍ୟୁଜ) କରୋନା ଟୀକା ନେବା ପାଇଁ ସମସ୍ତେ ବାଧ୍ୟ ନୁହେଁ | ଯାହାର ଇଚ୍ଛା ହେବ ତାଙ୍କୁ ଟୀକା ଦିଆଯିବ ଟୀକାକରଣ ନେବା ସମ୍ପୂର୍ଣ୍ଣ ନିଜ ଇଚ୍ଛା ବୋଲି କହିଛନ୍ତି କେନ୍ଦ୍ର ସରକାର | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ରେ ଉପଲବ୍ଧ ହେବାକୁ ଥିବା କରୋନା ଟୀକା ବିଦେଶ ରେ ବିକଶିତ ହୋଇଥିବା ଟୀକା ଭଳି ଅଧିକ ପ୍ରଭାବୀ ହେବ | ପୂର୍ବରୁ କରୋନା ରେ ସଂକ୍ରମିତ ହୋଇ ସାରିଥିବା ଲୋକମାନେ ମଧ୍ୟ ଏହି ଟୀକା ର ଡୋଜ କୁ ନେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି | କରଣ ଟୀକା ଦ୍ୱାରା ଜଣେ ବ୍ୟକ୍ତି ଙ୍କ ଶରୀରେ ଟୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ | ପ୍ରକାଶ ଥାଉକି,ଆସନ୍ତା କିଛି ଦିନ ମଧ୍ୟରେ ଭାରତରେ ପ୍ରଥମ କରୋନା ଟୀକା ଉପଲବ୍ଧ ହେବ ବୋଲି କୁହାଯାଉଛି | ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର କରୋନା ଯୋଦ୍ଧା ଙ୍କ ସମତେ ୩ କୋଟି ଲୋକଙ୍କ ର ଟୀକାକରଣ କରିବେ ବୋଲି ନଜର ରଖିଛନ୍ତି |