ଇସ୍ରୋ, କମ୍ୟୁନିକେସନ ସ୍ୟାଟେଲାଇଟ ସିଏମଏସ-୦୧ କୁ ସଫଳତା ସହ ମହାକାଶ କୁ ପଠାଇଲା

143

କଟକ (ଉତ୍କଳ ନ୍ୟୁଜ) ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁଣି ଥରେ ଚର୍ଚ୍ଚା ରେ | ଗୁରୁବାର ଦିନ ପିଏଚଏଲଭି -୫୦ ମାଧ୍ୟମରେ ଇସ୍ରୋ କମ୍ୟୁନିକେସନ ସ୍ୟାଟେଲାଇଟ ସିଏମଏସ-୦୧ କୁ ସଫଳତା ସହ ଉତ୍କ୍ଷେପଣ କରିଛି | ଚଳିତ ବର୍ଷ ଏହା ଇସ୍ରୋ ର ଦ୍ୱିତୀୟ ମହାକାଶ ମିଶନ | ଗୁରୁବାର ଦିନ ଅପରାହ୍ନ ୩.୪୦ ସମୟରେ ଶ୍ରୀ ହରିକୋଟା ର ସତୀଶ ଧାୱନ ର ଲଂଚପ୍ୟାଡ଼ ରୁ ଏହାକୁ ଉତ୍କ୍ଷେପଣ କରାଯାଇଥିଲା | ଲଞ୍ଚ ର ୫ ମିନିଟ ପରେ ସିଏମଏସ-୦୧ କଷା ପଥରେ ଅବସ୍ଥାପିତ ହୋଇଛି | ମିଶନ ସଫଳ ହୋଇଥିବା ଇସ୍ରୋ ର ମୁଖ୍ୟ ଡ ଏସକେ ଶିଵନ ସୂଚନା ଦେଇଛନ୍ତି | ସୂଚନା ଅନୁସାରେ ସିଏମଏସ-୦୧ ସ୍ୟାଟେଲାଇଟ ଯୋଗୁ ଟେଲି ଯୋଗାଯୋଗ ସେବାରେ ଉନ୍ନତି ଆସିବ | ଦେଶରେ ଇଣ୍ଟେର୍ନେଟ ସ୍ପିଡ଼ ବଢିବ | ଏହି ସ୍ୟାଟଲଇଟି ଟି ୭ ବର୍ଷ ଧରି କାର୍ଯ୍ୟକ୍ଷମ ରହିବ ବୋଲି ସୂତ୍ର ରୁ ଜଣାପଡିଛି |