ଦେଶ ରେ କରୋନା ସଂକ୍ରମଣ ସଂଖ୍ୟା ଗୋଟିଏ ଦିନ ରେ ୨୨୦୬୫ ନୂଆ ପଜିଟିଭ ଚିହ୍ନଟ

171

କଟକ (ଉତ୍କଳ ନ୍ୟୁଜ) ବର୍ତ୍ତମାନ ଭାରତରେ କରୋନା ଭାଇରସ ର ସଂକ୍ରମଣ ସଂଖ୍ୟା ବହୁତ ପରିମାଣ ରେ ହ୍ରାସ ପାଇବାରେ ଲାଗିଛି | କିଛି ମାସ ହେଲା ଭାରତ ରେ କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ନିମ୍ନଗାମୀ ରହିଛି | ଗତ ୨୪ ଘଣ୍ଟା ରେ ଦେଶ ରେ ୨୨୦୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସବୁଠାରୁ ବଡ କଥା ହେଲା ଦେଶ ରେ ସୁସ୍ଥ ଙ୍କ ସଂଖ୍ୟା ବଢିବା ରେ ଲାଗିଛି | ଗତ ୨୪ ଘଣ୍ଟା ରେ ୩୪,୪୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶ ରେ ୨୪ ଘଣ୍ଟା ରେ ୨୨,୦୬୬୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି | ଏବେ ଯାଇଁ କରୋନା ରେ ଦେଶରେ ୯୯,୦୬,୧୬୫ ଜଣ କରୋନା ରେ ଆକ୍ରାନ୍ତର ହୋଇସାରିଲେଣି | ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ରେ ମୃତ କ ଙ୍କ ସଂଖ୍ୟା ୧,୪୩,୭୦୯ ରେ ପହଂଚିଛି |