ଟୁଇନ ସିଟି ରେ ଚାଲିଛି ବେଧଡକ ବେଆଇନ୍ ବନ୍ଧୁକ କାରବାର

146

ଟୁଇନ୍ ସିଟିରେ ଚାଲିଛି ବେଧଡ଼କ ବେଆଇନ୍ ବନ୍ଧୁକ କାରାବାର। ବିଭିନ୍ନ କ୍ରାଇମ୍ କରିବାକୁ ଏହି ବନ୍ଧୁକ ବ୍ଯବହାର କରାଯାଉଛି। ବିଶେଷ କରି ସିଲଭର୍ ସିଟି କଟକରେ ଚୋରା ବନ୍ଧୁକ ବେପାର ସାରା ସହରକୁ ବିସ୍ତାର କଲାଣି। ଜେଲ୍ ରେ ଥାଇ ବି କ୍ରିମିନାଲ୍ ବା ଅସାମାଜିକ ମାନେ ଏହି ଚୋରା ଓ ବେଆଇନ୍ ବନ୍ଧୁକ କାରାବାରର ନେଟୱାର୍କ ଚଳାଉଛନ୍ତି। ଯାହା ଫଳରେ ବନ୍ଧୁକ ଓ ଗୁଳି ମାଧ୍ୟମରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ରହୁଛନ୍ତି କ୍ରିମିନାଲ୍। ଏମିତି ବେପାର ଚଳାଉଥିବା ବା ବେପାର କରୁଥିବା ବନ୍ଧୁକ ବେପାରୀ ଙ୍କ ସହ ଅପରାଧିମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ କମିସନରେଟ୍ ପୋଲିସ୍। ସହରର ବିଭିନ୍ନ ଥାନା ପ୍ରାୟ 8 ଜଣ ବନ୍ଧୁକ ଦଲାଲ ଓ ଅନ୍ୟ 4 ଜଣ ଅପରାଧିଙ୍କୁ ଗିରଫ କରିଛି ପୋଲିସ୍। ପୁର୍ବରୁ ଏମାନଙ୍କ ନାଁରେ ସହରର ବିଭିନ୍ନ ସ୍ଥାନରେ ମାମଲା ରହିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ 7 ଟି ବନ୍ଧୁକ ସହ ମାଉଜର, ମାଗାଜିନ୍,35 ଟି ଗୁଳି,ଗୋଟିଏ ଇନୋଭା କାର୍,ଗୋଟିଏ ପଲସର୍ ବାଇକ,1250 ଟଙ୍କା କ୍ୟାସ୍ କୁ ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଡସନାଲ୍ ଡିସିପି ତ୍ରିନାଥ ମିଶ୍ର। କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |